Home > ରାଜ୍ୟ
ବନ୍ଦ ହେଲା ହୀରାକୁଦର ୫ ଗେଟ୍‌
Khabar Odisha:five-gates-of-hirakud-dam-closed-today
ସମ୍ବଲପୁର, ଅଗଷ୍ଟ ୧୭ (ଖବର ଓଡ଼ିଶା):

ଉପର ମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ହ୍ରାସ ପାଉଛି । ଏହାକୁ ନଜରରେ ରଖି ଡ୍ୟାମ୍‌ରେ ଖୋଲାଥିବା ୧୦ଟି ଗେଟ୍‌ ମଧ୍ୟରୁ ୫ଟି ଆଜି ପୁଣି ବନ୍ଦ କରି ଦିଆଯାଇଛି । ଫଳରେ ଏବେ ୫ଟି ଗେଟ୍‌ ଦେଇ ଜଳ ନିସ୍କାସନ ହେଉଥିବା ସୂଚନା ମିଳିଛି ।

ଗତକାଲି ହୀରାକୁଦର ୨୦ଟି ଗେଟ୍‌ ମଧ୍ୟରୁ ୧୦ଟିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଥିଲା । ଏହା ପରେ ପୁଣି ଥରେ ଆଜି ଆଉ ପାଞ୍ଚଟି ଗେଟ୍‌କୁ ବନ୍ଦ କରାଯାଇଛି ।

ଅନ୍ୟପକ୍ଷରେ ପୂର୍ବରୁ ହୀରାକୁଦରୁ ନିସ୍କାଷିତ ହୋଇଥିବା ପାଣି ଆଜି ମୁଣ୍ଡୁଳିରେ ପହଁଚିବ । ଏଠାରୁ ପ୍ରାୟ ସାଢେ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଳ ସମ୍ପଦ ବିଭାଗ କହିଛି । ଆହୁରି ମଧ୍ୟ ଏହା ଦ୍ୱାରା କୌଣସୀ ବଡ ଧରଣର ବନ୍ୟା ଆଶଙ୍କା ନଥିବା ବିଭାଗ ସ୍ପଷ୍ଟ କରିଛି ।

  • Tags: