Home > ରାଜ୍ୟ
ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା
Khabar Odisha:miscreant-kills-opera-comedian-in-balasore
ବାଲେଶ୍ୱର, ଅଗଷ୍ଟ ୧୭ (ଖବର ଓଡ଼ିଶା):

ବାଲେଶ୍ୱରର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁରରେ ଜଣେ ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ନାଁ ତ୍ରିଲୋଚନ ରଣଜିତ । ତାଙ୍କ ଘର ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗାଁରେ। ସେ ଶୁଭଲକ୍ଷ୍ମୀନାମକ ଏକ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ ।

ତ୍ରିଲୋଚନ ଗତକାଲି ସନ୍ଧ୍ୟାରେ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିଲେ । ମାତ୍ର ଆଉ ପାର୍ଟିକୁ ଫେରି ନ ଥିଲେ । ଆଜି ସକାଳେ ଏକ କ୍ୟାବିନ୍‌ ପଛରେ ତାଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକ ଏ ନେଇ ଭୋଗରାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ପୋଲିସ ଏ ଘଟଣାରେ ଜଣଙ୍କୁ ସନ୍ଦେହ କରି ଅଟକ ରଖିଛି । ଏହା ସହିତ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି । 

  • Tags: