Home > ରାଜ୍ୟ
ଜଗନ୍ନାଥଙ୍କ ନାଁରେ ଥିବା ଲୋକଙ୍କ ଜମିକୁ ଫେରାଇ ଦେବାକୁ ଅପରାଜିତା ଓ ସୁର ରାଉତଙ୍କ ଅନୁରୋଧ
Khabar Odisha:mp-aparajita-sarangi-and-mla-suresh-routray-demand-to-return-lands-which-are-in-Jagannath-account
ଖୋର୍ଦ୍ଧା, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ଲୋକଙ୍କଠାରୁ ଛଡ଼ାଇ ଜଗନ୍ନାଥଙ୍କ ନାଁରେ କରିଦେଇଥିବା ଜମିକୁ ପୁଣି ଥରେ ଫେରାଇ ଦେବାକୁ ଦାବି ହୋଇଛି । ଏ ନେଇ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ରାଜସ୍ୱ ପର୍ଷଦ ସଦସ୍ୟଙ୍କୁ ଭେଟି ଅନୁରୋଧ କରିଛନ୍ତି ।

୧୦ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଓ ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ରେ ସାଧାରଣ ଲୋକଙ୍କ ଜମିକୁ ଜଗନ୍ନାଥଙ୍କ ନାମରେ ଘୋଷଣା କରାଯାଇଥିଲା । ଫଳରେ ୩୬ଟି ଗାଁର ଶତାଧିକ ଲୋକ ନିଜର ଜମି ହରାଇଥିଲେ । ତେଣୁ ଏହି ସମସ୍ତ ଲୋକଙ୍କୁ ସେମାନଙ୍କ ଜମି ଫେରାଇ ଦେବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଧାୟକ ରାଜସ୍ୱ ପର୍ଷଦ ସଦସ୍ୟ ଅନୁରୋଧ କରିଛନ୍ତି । 

  • Tags: