Home > ରାଜ୍ୟ
ମାଲେସିଆ ଜାହାଜରୁ ତେଲ ଲିକ୍ ହେଲେ ଚିଲିକା ପାଇଁ ବିପଦ, ସତର୍କ କଲା କୋଷ୍ଟଗାର୍ଡ
Khabar Odisha:national-odisha-chilika-in-danger-oil-leaque-in-jin-wa-ship
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡିଶା) :

 ମାଲେସିଆ ଜାହାଜ ଜିନ୍ ୱାରୁ ତେଲ ଲିକ୍ ହେବାର ସମ୍ଭାବନା ରହିଛି । ଏହି ପ୍ରସଙ୍ଗରେ ଜଙ୍ଗଲ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ତେବେ ତେଲ ଲିକ୍ ହେବା ନେଇ ଆଶଙ୍କା କରି କୋଷ୍ଟଗାର୍ଡ ସତର୍କ କରାଇଛି ।

ମାଲେସିଆ ଜାହାଜ ଜିନ୍ ୱାରେ ୩୦ ହଜାରରୁ ଅଧିକ ଲିଟର ତେଲ ଥିବା ଜଣାପଡିଛି । ଯଦି ତେଲ ଲିକ୍ ହୁଏ ତେବେ ଚିଲିକା ଜୈବ ମଣ୍ଡଳ ପାଇଁ କ୍ଷତିକାରକ ହେବ । ଏନେଇ ଏବେ କୋଷ୍ଟଗାର୍ଡ ସତର୍କ କରାଇଛି । ଜାହାଜରୁ ତୁରନ୍ତ ତେଲ କାଢି ନେବାକୁ କୋଷ୍ଟଗାର୍ଡ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କରେ ଯାହାକୁ ଯାହା ଜଣେଇବା କଥା ତାହା ଆମେ ଜଣାଇବୁ ବୋଲି ଜଙ୍ଗଲ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ।