Home > ରାଜ୍ୟ
ଭାରତ ବିରୋଧରେ ନେପାଳର ଚାଲ୍, କଳାପାଣିରୁ ଭାରତୀୟ ସେନାକୁ ହଟିବାକୁ କହିଲା
Khabar Odisha:national-odisha-nepal-says-indian-army-will-left-kalapani
ନୂଆଦିଲ୍ଲୀ, ନଭେମ୍ବର ୧୮(ଖବର ଓଡିଶା):

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତକୁ କଳାପାଣି ଅଂଚଳରୁ ନିଜର ସୈନ୍ୟ ଫେରସ୍ତ ନେବା ପାଇଁ କହିଛି । ଏହାସହ ଆଜିକାଲି ନକ୍ସା କେହି ମଧ୍ୟ ତିଆରି କରିଦେଉଛନ୍ତି । ବିବାଦ ଏଥିରେ ସମାଧାନ ହେବା ପରିବର୍ତେ ଅଧିକ ଘନେଇଥାଏ । ନେପାଳ କେବେ ବି କାହାର ଭୂମିରେ ଏକ ଇଂଚ୍ ଅଧିଗ୍ରହଣ କରେନି ଓ କାହିରିକୁ ନିଜ ଭୂମିରେ ଅଧିଗ୍ରହଣ କରିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି ।ଏପରିକି ସେ ଭାରତୀୟ ସୈନିକଙ୍କୁ କଳାପାଣିରୁ ହଟାଇବେ ଓ ସେଠାରେ ନେପାଳ ସେନା ମୁତୟନ କରିବେ ବୋଲି କହିଛନ୍ତି  ।  

ସରକାରରେ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ନ୍ୟାଶନାଲ ୟୁଥ ଆସୋସିଏସନର ପ୍ରଥମ ବୈଠକରେ ସମ୍ବୋଧିତ କରି ଓଲି କହିଛନ୍ତି ଯେ, ସେ ନେପାଳର ପ୍ରତି ଇଂଚ ଭୂମିକୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ । ସରକାର ଦେଶର ଅଖଣ୍ଡତାକୁ ରୋକିବାକୁ ସକ୍ଷମ । ଦେଶର ସୀମାକୁ ଦଶନ୍ଧୀ ଧରି କବଜା କରି ରଖାଯାଇଛି । ଏହାକୁ ଫେରସ୍ତ ଅଣାଯିବ । ନେପାଳ ନିଜ ଅଂଚଳରୁ ବିଦେଶୀ ସୈନିକଙ୍କୁ ହଟାଇବ । 

ଭାରତୀୟ ଦୂତାବାସ ଆଗରେ ପ୍ରଦର୍ଶନ

ଜମ୍ମୁ-କାଶ୍ମୀରର ପୁନର୍ଗଠନ ପରେ ଭାରତ ଦେଶର ଅପଡେଟ୍ ରାଜନୈତିକ ନକ୍ସା ଜାରି କରିଥିଲା । ନେପାଳ ଲିମ୍ପିୟାଧୁରା, କଳାପାଣି ଓ ଲିପୁଲେକକୁ ଭାରତୀୟ ସୀମାରେ ସାମିଲ କରିବାକୁ ବିରୋଧ କରିଛି । ଏପରିକି ନେପାଳ କଂଗ୍ରେସ ସହ ଜଡିତ କିଛି ସଙ୍ଗଠନ ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, ଚୀନ ଓ ନେପାଳ ଉଭୟରେ କମ୍ୟୁନିଷ୍ଟ ସରକାର ଅଛି । ନେପାଳ ଚୀନ ପ୍ରରୋଚନାରେ ଏପରି କରୁଥିବା ମଧ୍ୟ ସେମାନେ ମତ ଦେଇଛନ୍ତି । 

  • Tags: