Home > ରାଜ୍ୟ
ଚାଷୀର ଉନ୍ନତି ଓ ଅଧିକାର ପାଇଁ ଓଡ଼ିଶାର ୬ ପ୍ରସ୍ତାବ
Khabar Odisha:odisha-gives-6-proposals-for-the-development-of-farmer-at-Niti-ayog-meeting
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡ଼ିଶା):

ମୁମ୍ବାଇରେ ଚାଲିଥିବା ନୀତି ଆୟୋଗ ବୈଠକ ଶେଷ ହୋଇଛି । ମୁମ୍ବାଇ ମାଲାବାର ହିଲସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ  ବୈଠକ ଅନୁଷ୍ଠିତ ହୋଇଛି । ନିତି ଆୟୋଗ ବୈଠକରେ ଚାଷ ଓ ଚାଷୀର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଚାଷୀଙ୍କ ଉନ୍ନତି ଓ ଅଧିକାର ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ୬ଟି ପ୍ରସ୍ତାବ ଉପସ୍ଥାପନ କରିଛି । ବୈଠକରୁ ଓଡ଼ିଶା ଫେରିବା ପରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । 

ଶୁକ୍ରବାର ମୁମ୍ବାଇରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଆବାହକତ୍ୱରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପକ୍ଷରୁ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ରାଜ୍ୟ ସରକାର କୃଷକଙ୍କ ଅଧିକାର ଓ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏ ନେଇ ରାଜ୍ୟ ୬ଟି ପ୍ରସ୍ତାବ କେନ୍ଦ୍ରକୁ ଦେଇଛି । ପ୍ରଥମତଃ ଭାଗଚାଷୀ ଯେପରୀ ସହଜରେ କୃଷି ଋଣ ପାଇବେ ସେ ନେଇ ପ୍ରସ୍ତାବ ଦିଆଯାଇଛି । ସେହିପରି ଉଦ୍ୟାନ କୃଷି ଓ ପଶୁ ପାଳନର ଉନ୍ନତି ପାଇଁ ପ୍ରସ୍ତାବ ରହିଛି । ଏହା ସହିତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସରକାରଙ୍କ ବିଭିନ୍ନ ବୀମାରେ ଅନ୍ତର୍ଭୁକ୍ତ କରିବା, କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀଙ୍କୁ ସୁଦୃଢ଼ ପାଇଁ ପ୍ରସ୍ତାବ ଦିଆଯାଇଥିବା କୃଷି ମନ୍ତ୍ରୀ କହିଛନ୍ତି ।  

  • Tags: