Home > ରାଜ୍ୟ
ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲେ ରୋଗୀ
Khabar Odisha:patient-brought-to-hospital-on-shoulder-in-Chhadadihi-village-in-keonjhar
କେନ୍ଦୁଝର, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

ଦୀର୍ଘ ୨୦ ବର୍ଷର ଶାସନର ବାହାସ୍ପଟ ମାରୁଥିବା ବିଜେଡ଼ି ସରକାର ଏବେବି ଅନେକ ଗାଁ ରାସ୍ତାକୁ ନିର୍ମାଣ କରି ଦେବାରେ ବିଫଳ ହୋଇଛି । ଫଳରେ ରୋଗୀଙ୍କୁ କାନ୍ଧରେ ବୁହାଇ ମେଡ଼ିକାଲରେ ପହଁଚାଯାଉଛି । କେନ୍ଦୁଝର ବାଂଶପାଳ ଛଡ଼ାଡିହି ଗାଁରେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନସ ଆସିପାରି ନ ଥିଲା । ଫଳରେ କାନ୍ଧରେ ବୁହା ହୋଇଛନନ୍ତି ଜଣେ ମହିଳା ।

କେନ୍ଦୁଝର ବାଂଶପାଳ ଛଡାଡ଼ିହି ଗାଁରେ ସୁରେଶ ମୁଣ୍ଡାଙ୍କ ସ୍ତ୍ରୀ ନାମସି ମୁଣ୍ଡାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ସୁରେଶ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ଯାଇଥିଲା । ଶେଷରେ ପରିବାର ଲୋକ ଓ ଗ୍ରାମବାସୀ ମିଶି ନାମସିଙ୍କୁ ଏକ ଖଟିଆ ସାହାଯ୍ୟରେ କାନ୍ଧରେ ବୋହି ବୋହି ଆଣିଥିଲେ । ଦୀର୍ଘ ୫ କିମି ରାସ୍ତା ଚାଲିବା ପରେ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲକୁ ନାମସିକୁ ନିଆଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

  • Tags: