Home > ରାଜ୍ୟ
ରାଜଧାନୀରେ ଉନ୍ମତ ଯୁବକଙ୍କ ବନ୍ଧୁକ ଆତଙ୍କ, ନିସ୍ତୁକ ଛେଚିଲେ ଲୋକ
Khabar Odisha:police-detains-a-youth-who-spread-fear-among-people-at-rasulgarh-square
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡ଼ିଶା):

ସାମନ୍ୟ ବଚସା ହେବାରୁ ଜଣେ ଯୁବକ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି । ସ୍ଥାନୀୟ ଲୋକ ଯୁବକକୁ କାବୁ କରି ମାଡ଼ ମାରିବା ସହିତ ପୋଲିସକୁ ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଛକରେ । ଅଭିଯୁକ୍ତ ଜଣକ ହେଲେ ଅରବିନ୍ଦ ମିତ୍ର । ସେ ନିଜକୁ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି । 

ପ୍ରଦ୍ୟୁମ୍ନ କୁମାର ଶ୍ରୀଚନ୍ଦନ ରାୟ ନାମକ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ବାଟ ଦେଖାଉଥିବା ବେଳେ ନିଜ ଗାଡ଼ିକୁ ରାସ୍ତାରେ ପାର୍କିଂ କରିଥିଲେ । ସାମ୍ନାରୁ ଗାଡ଼ି ହଟାଇବାକୁ ଅରବିନ୍ଦ ପ୍ରଦ୍ୟୁମ୍ନଙ୍କୁ କହିଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଜୋର୍‌ସୋରରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ପ୍ରଦ୍ୟୁମ୍ନ ପକେଟ୍‌ରୁ ଏକ ବନ୍ଧୁକ ବାହାର କରି ପ୍ରଦ୍ୟୁମ୍ନଙ୍କ ମୁଣ୍ଡରେ ଲଗାଇ ଭୟଭୀତ କରାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକ କୌଶଳ କ୍ରମେ ଅରବିନ୍ଦଙ୍କୁ କାବୁ କରି ନେଇଥିଲେ । ଏହା ପରେ ମାଡ଼ ମାରି ମଞ୍ଚେଶ୍ୱର ପୋଲିସ ଜିମା ଦେଇଛନ୍ତି । ପୋଲିସ ତାଙ୍କ ନିକଟରୁ ସମ୍ପୃକ୍ତ ବନ୍ଧୁକ ଜବତ କରି ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । 

  • Tags: