Home > ରାଜ୍ୟ
ନନ୍ଦନକାନନରେ ଘାତକ “ହରଫିସ” ଭୂତାଣୁରେ ୪ଟି ହାତୀଙ୍କ ମୃତ୍ୟୁ, ମୁକାବିଲା ପାଇଁ ବିଦେଶରୁ ଆସିବେ ସ୍ୱତନ୍ତ୍ର ଟିମ
Khabar Odisha:state-Odisha-Herpes-virus-in-nandankanan-A-Special-team-will-come-for-treatment
ଭୁବନେଶ୍ୱର, ସେପ୍ଟେମ୍ବର ୨୧(ଖବର ଓଡ଼ିଶା):

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ “ହରଫିସ” ଭୂତାଣୁ ଭୟ କାୟା ମେଲାଇଛି  । ଆଜିକୁ ପ୍ରାୟ ୨୬ ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । “ହରଫିସ” ଭୂତାଣୁର ଖୁବଶୀଘ୍ର ମୁକାବିଲା ନେଇ ବାହାରୁ ଏକ ସ୍ୱତନ୍ତ୍ର ଟିମ ଆସିବା ନେଇ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ହୋଇଛି । ଏନେଇ ଟେକନିକାଲ ଟିମର ମୁଖ୍ୟ ଏସ.କେ ରାୟଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ନନ୍ଦନକାନନରେ ହରଫିସ ଭୂତାଣୁ ସଂକମଣର ଚିକିତ୍ସା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ହରଫିସ ଭୂତାଣୁ ସଂକ୍ରମଣରେ ୨୬ଦିନରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି । ହରଫିସ ଭୂତାଣୁ ୭ପ୍ରକାରର ରହିଛି । କିିନ୍ତୂ କେଉଁଥି ପାଇଁ ହାତୀଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ହରଫିସ ମୁକାବିଲାରେ ସଫଳ ବିଦେଶୀ ସଂସ୍ଥା ବା ଆମେରିକାନ ସଂସ୍ଥାକୁ ବ୍ଲଡ଼ ସାମ୍ପଲ ପଠାଯାଇଛି । ଏହି ଭୂତାଣୁ ସଂକ୍ରମଣରେ ଆଜି ହାତୀ ଗୈାରିର ମୃତ୍ୟୁ ଘଟିଥିବା ବେଳେ ଏବେ ୨ବର୍ଷର ହାତୀ ମାମା ଓ ୨୧ବର୍ଷର ହାତୀ ହୀରାକୁ ନଜରରେ ରଖାଯାଇଛି । 

ହରଫିସ ଭୂତାଣୁ ଅତି ମାରାତ୍ମକ । ଏହାର କୈାଣସି ବିଶେଷ ଚିକିତ୍ସା ପଦ୍ଧତି ବାହାରି ନାହିଁ । ତଥାପି ବିଶେଷଜ୍ଞଙ୍କ ସହ ଏନେଇ ଆଲୋଚନା କରାଯାଇ ବାହାରୁ ଏକ୍ସପର୍ଟ ଟିମକୁ ଡକାଯିବ । 

ଉଲ୍ଲେଖଯୋଗ୍ୟ, ଘାତକ ହରଫିସ ଭୂତାଣୁ ସଂକ୍ରମଣରେ ଆଜି ସକାଳେ ଗୈାରୀର ମୃତ୍ୟୁ ଘଟିଥିଲା । ୨ଦିନ ତଳେ ଏକ ୭ ବର୍ଷର ମାଈ ହାତୀ ‘କମଳା’ ର ମୃତ୍ୟୁ ଘଟିଥିଲା । ଅସୁସ୍ଥ ମାଈହାତୀ କମଳାର ଚିକିତ୍ସା କରାଯାଉଥିଲା। ଅଗଷ୍ଟ ୨୫ରେ ଗୋଟିଏ ମାଈ ହାତୀ କୁଲିର ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ହାତୀ ଚନ୍ଦନର ମୃତ୍ୟୁ ଘଟିଥିଲା। ଚାରୋଟି ହାତୀର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ଆଉ ମାତ୍ର ୪ଟି ମାଈ ହାତୀ ରହିଛନ୍ତି।

  • Tags: