Home > ରାଜ୍ୟ
ବୁଡ଼ିଯାଉଥିବା ୬ ବର୍ଷର ଶିଶୁକୁ ଉଦ୍ଧାର କଲେ, ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଛାତ୍ରଙ୍କୁ କଲେ ସମ୍ବର୍ଦ୍ଧିତ
Khabar Odisha:state-odisha-CM-Naveen-Patnaik-facilated-two-bravy-student-of-jajpur-Korei-block-today
ଭୁବନେଶ୍ଵର,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

ଛୋଟ ବୟସରେ ସାହସୀକତା କାମ ପାଇଁ ଯାଜପୁର ଜିଲ୍ଲାର ଦୁଇ ଜଣ ସାହସୀ ବାଳକ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଦୁଇ ବାଳକ ହେଉଛନ୍ତି ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଫଜଲପୁର ଗାଁର ଛାତ୍ର ତସିଫ ରାଜା ଓ ମହମ୍ମଦ ସୋଆଇବ। ଉଭୟଙ୍କୁ ଉପହାର ଦେଇ ସାହସିକତାର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ପୋଖରୀରେ ବୁଡ଼ିଯାଉଥିବା ୬ ବର୍ଷର ଶିଶୁକୁ ତସିଫ ରାଜା ଓ ମହମ୍ମଦ ସୋଆଇବ ନିଜ ଜୀବନକୁ ବାଜିରେ ଲଗାଇ ଉଦ୍ଧାର କରିଥିଲେ। ଦୁଇ ବାଳକଙ୍କ ଏହି ସାହସିକତା ବଳରେ ଜଣଙ୍କର ଜୀବନ ବଞ୍ଚି ଯାଇଥିଲା। ଏହି ସାହସିକତା ପାଇଁ ସବୁ ମହଲରୁ ଦୁଇ ବାଳକଙ୍କୁ ପ୍ରଶଂସା କରାଯାଇଥିଲା। ଆଜି ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରି ସମ୍ମାନିତ କରିଛନ୍ତି। ଏହି ପରି ସଡ଼କପୁର ପ୍ରାଥମିକ ସ୍କୁଲର ଉଦ୍ଧାର ହୋଇଥିବା ଛାତ୍ର ଅବୁଲ ରୁମନ ଖାଁଙ୍କୁ ବି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।