ଭୁବନେଶ୍ୱର, ନଭେମ୍ବର ୧୮(ଖବର ଓଡିଶା):
ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁ ମିଛ କହିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ସତ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକ ଖୁଲାସା କରିଛନ୍ତି ।
ସତ୍ୟ ନାୟକ କହିଛନ୍ତି ଯେ, ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ମିଥ୍ୟା ତଥ୍ୟ ଦେଇଛନ୍ତି । ଆରଟିଆଇ ତଥ୍ୟରେ ଗତ ଅକ୍ଟୋବର ମାସ ସୁଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ଅଛନ୍ତି ବୋଲି ତଥ୍ୟ ରହିଛି । କିନ୍ତୁ ମନ୍ତ୍ରୀ ଗୃହରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ । ମନ୍ତ୍ରୀ କେଉଁ ଚାପରେ ଗୃହରେ ଏପରି ମିଥ୍ୟା ତଥ୍ୟ ଦେଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ସତ୍ୟ ଦାବି କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ୫ଟି ବଳରେ ମନ୍ତ୍ରୀ ଅରୁଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି ।