Home > ରାଜ୍ୟ
ସନ୍ଧ୍ୟା ୬ଟା ୩୦ ସୁଦ୍ଧା ୧୫ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା
Khabar Odisha:state-odisha-heavy-rain-alert-to-15-district
ଭୁବନେଶ୍ଵର, ସେପ୍ଟେମ୍ବର ୧୦ (ଖବର ଓଡିଶା) :

 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଉତ୍ତର, ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ଟି ଜିଲ୍ଲାରେ ଏହାର ପ୍ରଭାବ ପଡିଵ। ଏହି ସବୁ ଜିଲ୍ଲାରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଆଜି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି। 
ପ୍ରଭାବିତ ହେବାକୁ ଥିବା ୧୫ଟି ଜିଲ୍ଲା ହେଉଛନ୍ତି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବଲାଙ୍ଗୀର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର, କଟକ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର। ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରୀ କରିଛି। ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ସନ୍ଧ୍ୟା ୬ଟା ୩୦ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି। ସେହିପରି ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ମଧ୍ୟ ନଯିବାକୁ ବାରଣ କରାଯାଇଛି।