Home > ରାଜ୍ୟ
ଆଇଏଏସ୍ ସ୍ତରରେ ଅଦଳ ବଦଳ, ପ୍ରଦୀପ୍ତଙ୍କୁ ସ୍କୁଲ ଓ ଗଣଶିକ୍ଷା ଦାୟିତ୍ୱ
Khabar Odisha:state-odisha-pradeepta-mahapatra-appionted-as-mass-education-secretary
ଭୁବନେଶ୍ୱର, ଅଗଷ୍ଟ ୧୭ (ଖବର ଓଡିଶା) :

ଆଜି ଆଇଏଏସ୍ ସତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏହି ମଧ୍ୟରେ ଗଗନ ଧଳଙ୍କୁ ଓଏଫଡିସି ଅଧ୍ୟକ୍ଷ ପଦ ଦିଆଯାଇ ଥିବା ବେଳେ ଉନ୍ନୟନ କମିଶନର ହେଲେ ସୁରେଶ ମହାପାତ୍ର ।

ସେହିପରି ଭାବରେ ଓଏଫଡିସି ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ପାହ୍ୟା ସମତୁଲ ହୋଇଛି । ସୁରେଶଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ସହ ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱରେ ମଧ୍ୟ ଦିଆଯାଇଛି । ସୁଦର୍ଶନ ପାଲ ଠାକୁରଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ୍ତ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ଦିଆଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ଦାୟିତ୍ୱରେ ମଧ୍ୟ ଦିଆଯାଇଛି । ଏତଦ୍ ବ୍ୟତୀତ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗ ଅତିରିକ୍ତ ଦାୟିତ୍ୱ, ମନୋଜ ମିଶ୍ରଙ୍କୁ ଏଫ୍ ଆଣ୍ଡ ଆଇଟି ବିଭାଗ ଅତିରିକ୍ତ ଦାୟିତ୍ୱ ଓ ରୁଦ୍ର ନାରାୟଣ ପଲେଇଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି ।