Home > ରାଜ୍ୟ
ଜଳସ୍ତର ମାପିବା ବେଳେ ନଦୀକୁ ଖସିପଡି ସର୍ଭେ ଅଧିକାରୀ ନିଖୋଜ
Khabar Odisha:state-odisha-survey-officer-missing-in-pangama-river-in-malkangiri
ମାଲକାନଗିରି, ଅଗଷ୍ଟ ୧୭(ଖବର ଓଡିଶା):

ମାଲକାନଗିରି ପାଙ୍ଗାମ ନଦୀରେ ଏକ ଅଭାନୀୟ ଘଟଣା ଘଟିଯାଇଛି । ନଦୀର ଜଳସ୍ତର ମାପିବା ବେଳେ ଜଣେ ସର୍ଭେ ଅଧିକାରୀ ନିଖୋଜ ହୋଇଯାଇଛନ୍ତି ।

ସୂଚନାନୁସାରେ, ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ପ୍ରଭାବରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । କିଛି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ମଧ୍ୟ ହୋଇଥିଲା । ଆଜି ସକାଳେ ଜିଲ୍ଲା ମଧ୍ୟରେ ପ୍ରବାହିତ ହେଉଥିବା ପାଙ୍ଗାମା ନଦୀର ଜଳସ୍ତର ମାପିବା ପାଇଁ କେତେକ ଅଧିକାରୀ ପହଁଚିଥିଲେ । ଜଳସ୍ତର ମାପିବା ବେଳେ ଜଣେ ଅଧିକାରୀ ନଦୀ ମଧ୍ୟରେ ଖସି ପଡିଥିଲେ । ଏହାପରେ ତାଙ୍କର କୌଣସୀ ପତା ମିଳିନଥିଲା । ନିଖୋଜ ଅଧିକାରୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଅଭିଯାନ ଜାରି ରହିଛି ।

 

  • Tags: