Home > ରାଜ୍ୟ
ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୧ଟି ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା
Khabar Odisha:today-state-cabinet-may-approve-11-agenda
ଭୁବନେଶ୍ୱର, ଅକ୍ଟୋବର ୨୧ (ଖବର ଓଡ଼ିଶା):

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମୋଟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି । 

କ୍ୟାବିନେଟ୍ ବୈଠକରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଡାଓମେଣ୍ଟ ଆକ୍ଟରେ ସଂଶୋଧନ, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର ଏବଂ ୫ଟି ଜିଲ୍ଲାକୁ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଜଳସମ୍ପଦ ବିଭାଗରେ ମୁଖ୍ୟଯନ୍ତ୍ରୀସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମିନିଷ୍ଟ୍ରିଆଲ୍ ସର୍ଭିସ୍ ରୁଲ୍ ପ୍ରଣୟନ, ଓଡ଼ିଶା ସଚିବାଳୟ ସେବା କ୍ୟାଡର ରୁଲ୍‌ରେ ସଂଶୋଧନ, ଅନୁସୂଚିତ ଜାତି ଓ ଜନଜାତି, ଓବିସି ଓ ଏସଇବିସି ବର୍ଗର ଜାତିଗତ ପ୍ରମାଣପତ୍ର ଏବଂ ଆୟକର ପ୍ରମାଣପତ୍ର ପାଇଁ ଆବେଦନ ଫି ଓ ୟୁଜର୍ସ ଫି’କୁ ଉଚ୍ଛେଦ କରାଯିବା ପାଇଁ ରାଜସ୍ୱ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ ଅନୁମୋଦ ମିଳିପାରେ । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଏହି କ୍ୟାବିନେଟ୍ ବୈଠକ ଗତ ୧୯ ତାରିଖରେ ବସିବାର ଥିଲା । ମାତ୍ର ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ମନ୍ତ୍ରୀ ପ୍ରଚାରରେ ଯାଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ସେହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।