Home > ରାଜ୍ୟ
ଜରିମାନା କୋହଳ ପାଇଁ ଚାଲିଛି ତର୍ଜମା: ପରିବହନ ସଚିବ
Khabar Odisha:transport-secretary-g-srinivas-says-discussion-under-way-to-reduce-penalties
ଭୁବନେଶ୍ୱର, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା):

 ଭୁବନେଶ୍ୱର ଆର୍‌ଟିଓ-୧ ପରିଦର୍ଶନ କରିଛନ୍ତି ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ । ଲୋକମାନେ କିଭଳି ଅଧିକ ସୁବିଧା ପାଇବେ ସେଥିପାଇଁ ବ୍ୟବସ୍ଥା ଚାଲିଛି । ଆର୍‌ଟିଓ କାର୍ଯ୍ୟାଳୟରେ ଅଧିକ କାଉଣ୍ଟର ଖୋଲାଯାଇଛି । ସମସ୍ତ କର୍ମଚାରୀ ରାତି ଯାଏ କାମ କରୁଛନ୍ତି ବୋଲି ସଚିବ ।

ଆର୍‌ଟିଓ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଜମୁଥିବାରୁ ଅଧିକ କାଉଣ୍ଟର ଖୋଲିବାକୁ ମଧ୍ୟ ଚେଷ୍ଟା କରାଯାଉଛି । ଗାଡ଼ିର ସମସ୍ତ ଜାଗଜପତ୍ର ଠିକ୍ କରିବା ପାଇଁ ଲୋକଙ୍କୁ କୁହାଯାଉଛି । ତେବେ ଗୁଜରାଟରେ ଜରିମାନାରେ  କୋହଳ କରାଯାଇଛି, ଓଡ଼ିଶାରେ କେବେ କରାଯିବ ପ୍ରଶ୍ନରେ ସେ କହିଛନ୍ତି ଯେ ରାଜ୍ୟରେ ଜରିମାନା କୋହଳ କରିବା ପାଇଁ ତର୍ଜମା ଚାଲିଛି । 

  • Tags: