Home > ପର୍ଯ୍ୟଟନ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ
Khabar Odisha:Bhitarkanika-national-park-opens-today
କେନ୍ଦ୍ରାପଡା, ଅଗଷ୍ଟ ୦୧ (ଖବର ଓଡ଼ିଶା):

ଆଜିଠାରୁ ପୁଣି ଥରେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇ ବଉଳା କୁମ୍ଭୀର ଦେଖିବା ସହିତ ନୌଯାତ୍ରାର ମଜା ନେଇପାରିବେ । 

ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ଦୀର୍ଘ ତିନି ମାସ ହେବ ଭିତରକନିକା ବନ୍ଦ ରହିଥିଲା ।  ମେ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବଉଳା କୁମ୍ଭୀର ଗଣନା ତଥା ପ୍ରଜନନ ସମୟ ପାଇଁ ଏହାକୁ ୩ ମାସ ବନ୍ଦ କରି ଦିଆଯାଇଥିଲା ।

ପର୍ଯ୍ୟଟକମାନେ ଗୁପ୍ତି ସମେତ ଖୋଳା ଓ ଚାନ୍ଦବାଲି ରାସ୍ତା ଦେଇ ଭିତରକନିକାକୁ ଯାଇପାରିବେ । ଅଭୟାରଣ୍ୟରେ ପ୍ରବେଶ କରିବାକୁ ହେଲେ ଫଟୋ ଆଇଡି କାର୍ଡ ଓ ଲାଇଫ ଜ୍ୟାକେଟକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ନୌଯାତ୍ରା ପାଇଁ ୨୯ଟି ବେସରକାରୀ ଓ ୫ଟି ସରକାରୀ ଡଙ୍ଗାର ବ୍ୟବସ୍ଥା କରାଯାଇଛି ।

  • Tags: