Home > ପର୍ଯ୍ୟଟନ
ଭାରତର ନ୍ୟୁଜିଲାଣ୍ଡ ଗସ୍ତ, ଧାଓ୍ଵନଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ଓପନିଂ ସୁଯୋଗ
Khabar Odisha:sports--cricket--odisha--shikhar-dhawan-injured-these-players-can-take-his-place
ମୁମ୍ବାଇ, ଜାନୁଆରୀ୨୧(ଖବର ଓଡ଼ିଶା):

ଆହତଜନିତ ସମସ୍ୟା କାରଣରୁ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିବା ପରେ ଦଳରେ ତାଙ୍କ ବିକଳ୍ପକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ଧାଓ୍ଵନଙ୍କ ସ୍ଥାନରେ କିଏ ଓପନିଂ କରିବ ତାକୁ ନେଇ ବିସିସିଆଇରେ ବିଚାର ବିମର୍ଶ ଜାରି ରହିଛି। ଆସନ୍ତୁ ଜାଣିବା ଧାଓ୍ଵନଙ୍କ ସ୍ଥାନ ନେବା ପାଇଁ କେଉଁ କେଉଁ ଖେଳାଳି ଦୌଡ଼ରେ ଅଛନ୍ତି।

ସଂପ୍ରତି ନ୍ୟୁଜିଲାଣ୍ଡରେ ଭାରତ ଏ ପକ୍ଷରୁ ଦିନିକିଆ ଖେଳୁଥିବା ମୟଙ୍କ ଅଗ୍ରଓ୍ଵାଲ ଓପନର ଭାବେ ଦଳରେ ସାମିଲ ହୋଇ ପାରନ୍ତି। ୨୮ ବର୍ଷୀୟ ମୟଙ୍କ ପୂର୍ବରୁ ଭାରତୀୟ ଦଳ ପକ୍ଷରୁ  ଟି-୨୦ ଓ ଟେଷ୍ଟ ଖେଳି ସାରିଛନ୍ତି। ମାତ୍ର ଅଦ୍ୟାବଧି ସେ ଦିନିକିଆରେ ପଦାର୍ପଣ କରି ନାହାନ୍ତି। 

ଅନ୍ୟପଟେ ରବିବାର ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଭାରତ ଏ ପକ୍ଷରୁ ୧୫୦ ରନର ଦମଦାର ଇନିଂସ ଖେଳିଥିବା ପୃଥ୍ଵୀ ସ ମଧ୍ୟ ଧାଓ୍ଵନଙ୍କ ବିକଳ୍ପ ରୂପେ ଦଳରେ ସାମିଲ ହୋଇ ପାରନ୍ତି।  ମାତ୍ର ୨୧ ବର୍ଷୀୟ ପୃଥ୍ଵୀ ସଙ୍କୁ ଦଳର ଭବିଷ୍ୟତ ଓପନର ଭାବେ ବିବେଚନା କରାଯାଉଛି। ଏହାର ସମ୍ଭାବନା ଅଧିକ ଯେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଓପନିଂ କରିବାର ସୁଯୋଗ ମିଳିପାରେ। ଏ ପର୍ଯ୍ୟନ୍ତ ୩୮ ଟି-୨୦ ମ୍ୟାଚ୍  ଖେଳିଥିବା ସ ୮ ଅର୍ଦ୍ଧଶତକ ହାସଲ କରିଛନ୍ତି। 

କେରଳର ସଞ୍ଜୁ ସାମସନଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ। ଆଇପିଏଲରେ ସେ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ବିଶେଷ କରି ସୀମିତ ଓଭର କ୍ରିକେଟରେ ତାଙ୍କର ବ୍ୟାଟିଂକୁ ଦୃଷ୍ଟିରେ ରଖି ତାଙ୍କୁ ସୁଯୋଗ ଦିଆଯାଇପାରେ। ସଂପ୍ରତି ଦମଦାର ଫର୍ମରେ ଥିବା ସୂର୍ୟ୍ୟ କୁମାର ଯାଦବଙ୍କ ଉପରେ ଦଳ ପ୍ରବନ୍ଧନ ଭରସା କରି ପାରନ୍ତି। ୨୯ ବର୍ଷୀୟ ଡାହାଣହାତୀ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଛୋଟ ମ୍ୟାଚରେ ବଡ଼ ଖେଳାଳି କୁହାଯାଏ।