Home > ମହିଳା
ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ, ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କଲେ ମାଲିକ
Khabar Odisha:Owner-of-an-incense-sticks-factory-rapes-woman-employee
ରାଉରକେଲା, ସେପ୍ଟେମ୍ବର ୮ (ଖବର ଓଡ଼ିଶା):

ଇସ୍ପାତ ନଗରୀ ରାଉରକେଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ମହିଳା କର୍ମଚାରୀଙ୍କୁ କମ୍ପାନୀ ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ସହିତ ମାଲିକ ଜଣକ ତାଙ୍କୁ ବ୍ଲାକ୍‌ ମେଲ୍‌ କରୁଥିବା ମଧ୍ୟ ଜଣାପଡ଼ିଛି । ଏ ନେଇ ମହିଳା ଜଣକ ରଘୁନାଥପାଲ୍ଲୀ ଥାନାରେ ଏତଲା ଦେଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ମିଳିଥିବା ପ୍ରାଥିମିକ ସୂଚନା ମୁତାବକ, ରାଉରକେଲା ଛେଣ୍ଡ୍ କଲୋନୀରେ ଥିବା ଏକ ଧୂପକାଠି କମ୍ପାନୀରେ ମହିଳା ଜଣକ କାମ କରନ୍ତି । କିନ୍ତୁ ସଂପୃକ୍ତ କମ୍ପାନୀ ମାଲିକ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ସୋଶିଆଲ୍‌ ମିଡିଆରେ ଫେକ୍ ଆଇଡି କରି ମହିଳାଙ୍କ ଅଶ୍ଳୀଳ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏ ନେଇ ମହିଳା ଜଣକ ପ୍ରତିବାଦ କରିବାକୁ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ମହିଳା ଏ ନେଇ ରଘୁନାଥପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । 

  • Tags: