Home > ମହିଳା
ଇଦ ଖର୍ଚ୍ଚ ମାଗିବାରୁ ମୁସଲିମ ମହିଳାଙ୍କୁ ସ୍ୱାମୀ ଦେଲେ ତିନି ତଲାକ
Khabar Odisha:State-Odisha-Woman-accuses-husband-of-divorcing-her-by-uttering-TripleTalaq-on-the-Eid
ଭୁବନେଶ୍ୱର, ଅଗଷ୍ଟ ୧୩ (ଖବର ଓଡ଼ିଶା):

ଟ୍ରିପଲ ତଲାକ ବିରୋଧରେ ଆଇନ ଲାଗୁ ହେବା ପରେ ମଧ୍ୟ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ତଲାକ ମାମଲା କମିବାର ନାଁ ନେଉନାହିଁ । ବଦରୀଦ ଅବସରରେ ଇଦ ଖର୍ଚ୍ଚ ମାଗିବାରୁ ପୁଣି ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ସ୍ୱାମୀ ତଲାକ ଦେଇଥିବା ଜଣାପଡ଼ିଛି । ଏପରି ଅଭିଯୋଗ ଆସିଛି ବାଲେଶ୍ୱରରେ । 

ବାଲେଶ୍ୱର ଜିଲ୍ଲା ସୋର ପଠାଣ ମହଲାରେ ଜଣେ ମୁସଲିମ ମହିଳା ରେସୁ ଖାତୁନ ୩ବର୍ଷ ତଳେ ସହିମ ଖାଁଙ୍କୁ ବିବାହ କରିଥିଲେ । ତାଙ୍କର ଛୁଆ ଜନ୍ମ ହୋଇ ମରିଯାଇଥିବାରୁ ଶାଶୁଘରେ ମଧ୍ୟ ମାନସିକ ଓ ଶରୀରିକ ନିର୍ଯ୍ୟାତନା ଦିଆଯାଉଥିଲା । କାଲି ବକରୀଦ ଅବସରରେ ଇଦ ଖର୍ଚ୍ଚ ମାଗିବା ପାଇଁ ନିଜ ସ୍ୱାମୀଙ୍କ ଦୋକାନକୁ ଯାଇ ପୀଡ଼ିତା କିଛି ଟଙ୍କା ମାଗିଥିଲେ । ସେହି ସମୟରେ ପୀଡ଼ିତାଙ୍କ ତାଙ୍କ ସ୍ୱାମୀ ଇଦ ଖର୍ଚ୍ଚ ଦେବା ବଦଳରେ ଗାଳିଗୁଲଜ କରି ତିନି ତଲାକ ଦେଇଥିଲେ । ଆଜି ସୋରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପୀଡ଼ିତା ଜଣକ ନିଜ ଉପରେ ବିତିଥିବା ତିନି ତଲାକ ଘଟଣା ଜଣାଇଥିଲେ । ଏହା ପରେ ମହିଳା ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି । 

  • Tags: