Home > ମହିଳା
ଆସନ୍ତାକାଲି ମାଗଣାରେ "ମୋ ବସ୍‌'ରେ ଯାତ୍ରା କରିବେ ମହିଳା
Khabar Odisha:Woman-State-Odisha-crut-announced-free-mo-bus-ride-for-women-commuters-on-international-womens-day
ଭୁବନେଶ୍ୱର , ମାର୍ଚ୍ଚ ୦୭(ଖବର ଓଡ଼ିଶା):

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ଦିବସରେ ମହିଳାଙ୍କ ମଳିବ ମାଗଣା ବସ୍‌ ସେବା । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ‘ମୋ ବସ୍‌’ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ । 

କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୁଟ୍‌ରେ ୨୦୦ଟି ‘ମୋ ବସ୍‌’ ଚାଲୁଛି । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଭଡ଼ା ଟଙ୍କା ଦେବାକୁ ପଡ଼ିବ ନାହିଁ । ମହିଳାମାନେ ଆସନ୍ତାକାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ । ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହା ସହ ମହିଳାଙ୍କୁ ଆମେ ସବୁବେଳେ ପ୍ରାଧାନ୍ୟ ଦେଇଛୁ । ମୋ ବସ୍‌ରେ ପ୍ରାୟ ୩୦ପ୍ରତିଶତରୁ ଅଧିକ ମହିଳା ଗାଇଡ଼ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର ।

  • Tags: