Home > ମହିଳା
ଯାତ୍ରା ଦେଖି ଫେରିବା ବେଳେ ନାବାଳିକାକୁ ଗଣବଳାତ୍କାର
Khabar Odisha:crime-state-odisha-Minor-girl-allegedly-gang-raped-by-miscreants-near-Gopalpur-in-Chandbali-area
ଚାନ୍ଦବାଲି, ନଭେମ୍ବର ୦୪ (ଖବର ଓଡିଶା) :

ପୁଣି ଲଜ୍ଜା। ଚାନ୍ଦବାଲି କାଳୀପଡିଆକୁ ଯାତ୍ରା ଦେଖି ଫେରିବା ବେଳେ ନାବାଳିକାଙ୍କୁ ଉଠାଇ ନେଲେ ୩ ଦୁର୍ବୃତ୍ତ। ନିକଟସ୍ଥ ଝାଉଁ ଜଙ୍ଗଲକୁ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି। 

ସୂଚନାନୁସାରେ, ଚାନ୍ଦବାଲିରେ ପୁଣି ଲଜ୍ଜା। ଜଣେ ନାବାଳିକା ତାଙ୍କ ମାଉସୀ ପୁଅ ଭାଇ ସହ ଭୋର୍ ସମୟରେ କାଳୀପଡିଆରୁ ଯାତ୍ରା ଦେଖି ଫେରିବା ବେଳେ ଗଣବଳାତ୍କାରର ଶୀକାର ହୋଇଛନ୍ତି। ଯାତ୍ରା ଦେଖି ସାଇକେଲରେ ଫେରିବା ବେଳେ ଗୋପାଳପୁର ନିକଟରେ ୪ ଦୁର୍ବୃତ୍ତ ଉଭୟ ଭାଇ ଭଉଣୀଙ୍କୁ ଅଟକାଇ ଥିଲେ। ଜଣେ ଭାଇକୁ ମାଡି ବସିଥିଲା ଓ ୩ ଜଣ ଭଉଣୀକୁ ଉଠାଇ ନେଇଥିଲେ। ନିକଟସ୍ଥ ଝାଉଁ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଥିଲେ। ଏହି ସମୟରେ ନାବାଳିକାଙ୍କ ଭାଇ ଜୋରରେ ପାଟି କରିଥିଲେ। ପାଟି ଶୁଣି ଗାଁ ଲୋକ ଆସି ଭାଇକୁ ଧରିଥିବା ଯୁବକଙ୍କୁ କାବୁ କରିଥିଲେ। ଧରା ପଡିଥିବା ଯୁବକକୁ ପୋଲିସ ଜିମା ଦେଇଥିବା ବେଳେ ଅନ୍ୟ ୩ ଦୁର୍ବୃତ୍ତ ଫେରାର ଅଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛି।