Home > ମହିଳା
ଏରସମା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ
Khabar Odisha:death-penalty-to-a-rapist-of-gadaharishpur-rape-case-in-Jagatsinghpur
ଜଗତସିଂହପୁର, ସେପ୍ଟେମ୍ବର ୧୦ (ଖବର ଓଡ଼ିଶା):

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଗଡ଼ହରିଶପୁରରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ କାଳିଆ ମାନ୍ନା ଓରଫ୍‌ ଲବକୁ ଫାଶିଦଣ୍ଡା ଦେଶ ଶୁଣାଇଛନ୍ତି ଅଦାଲତ । ଏହି ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଦେଇଛନ୍ତି ।

ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ଗଡ଼ହରିଶପୁର ନିକଟ ଏକ କାଜୁ ଜଙ୍ଗଲରୁ ଏକ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିଲ । ତାକୁ ଅତି ଅମାନୁଷିକ ଭାବେ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା କାଳିଆ ମାନ୍ନାକୁ କଟକରୁ ପୋଲିସ ଗିରଫ କରିଥିଲା । ଏହା ପରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହାର ଶୁଣାଣୀ କରିଥିଲେ । 

  • Tags: