Home > ମହିଳା
ରକ୍ଷକ ସାଜିଲା ଭକ୍ଷକ, ମହିଳା କଏଦୀଙ୍କୁ ଛାଡ଼ିଲେନି
Khabar Odisha:female-inmate-raped-by-police-personnel-of-tihar-jail
ନୂଆଦିଲ୍ଲୀ, ଅଗଷ୍ଟ ୭ (ଖବର ଓଡ଼ିଶା):

ଲୋକଙ୍କ ପାଇଁ ରକ୍ଷକ ସାଜିଥିବା ଖାକି ପୋଷାକଧାରୀ ପୋଲିସ ଆଜି ନିଜେ ହିଁ ଭକ୍ଷକ ପାଲଟି ଯାଇଛି । ଶେଷରେ ଜଣେ ମହିଳା ଅଭିଯୁକ୍ତଙ୍କୁ ବି ଛାଡ଼ି ନାହାଁନ୍ତି । ମହିଳାଙ୍କୁ ଅଭିଯୁକ୍ତଙ୍କୁ ଜେଲ୍‌କୁ ନେବା ବେଳେ ତାଙ୍କ ସହିତ କରାଯାଇଛି ବଳାତ୍କାର । ଏଭଳି ଅଭିଯୋଗ ଆସିଛି ତିହାର ଜେଲ୍‌ ପୋଲିସ ନାଁରେ ।

ଜୈନକା ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କୁ ପଶ୍ଚିମ ବଙ୍ଗରୁ ଟ୍ରେନ୍‌ରେ ତିହାର ଜେଲ୍‌କୁ ଅଣାଯାଉଥିଲା । ଏହି ସମୟରେ ଡ୍ୟୁଟିରେ ଥିବା ତିହାର ଜେଲ୍‌ର ପୋଲିସ କର୍ମଚାରୀ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ମହିଳା ଜଣକ ଜାତୀୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । କମିଶନ ଏହାକୁ ଗୁରୁତର ସହ ନେବା ସହିତ ତଦନ୍ତ କରିବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ କହିଛନ୍ତ । ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । 

  • Tags: