Home > ମହିଳା
ସ୍ତ୍ରୀକୁ ପିଢ଼ାରେ ପିଟି ପିଟି ମାରିଲା ସ୍ୱାମୀ
Khabar Odisha:husband-killes-wife-in-Saranga-in-Kandhamal
କନ୍ଧମାଳ, ଜୁନ ୦୯ (ଖବର ଓଡ଼ିଶା):

କନ୍ଧମାଳ ସାଡଙ୍ଗ ଥାନା ଅନ୍ତର୍ଗତ ପଡାଙ୍ଗି ପଞ୍ଚାୟତରେ ପାରିବାରିକ କଳହ କରୁଣ ପରିଣତିର ରୂପ ନେଇଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀକୁ ପିଢ଼ାରେ ପିଟି ପିଟି ହତ୍ୟା କରିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି । 

ପ୍ରାପ୍ତ ସୂଚନା ଆଧାରରେ ପଦାସାହି ଗ୍ରାମର ପ୍ରଶାନ୍ତ ନାୟକ ଓ ତାଙ୍କ ପତ୍ନୀ ସୁଦେଷ୍ଣା ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଏକ ପିଢ଼ାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହା ସହିତ ସୁଦେଷ୍ଣାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି । 

  • Tags: