Home > ମହିଳା
ଦୁଷ୍କର୍ମ ମାମଲାକୁ ଚପାଇ ଦେବାକୁ ଉଦ୍ୟମ, ଅଭିଯୁକ୍ତ ସହ ୧୧ ଗିରଫ
Khabar Odisha:odisha-11-accused-arrested-in-a-rape-case-under-raokia-police-limits
କନ୍ଧମାଳ, ସେପ୍ଟେମ୍ବର ୦୬ (ଖବର ଓଡ଼ିଶା):

କନ୍ଧମାଳ ଜିଲ୍ଲାରେ ଏକ ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ମାମଲାକୁ ରଫାଦଫା କରିଦେବାକୁ ହୋଇଛି ହୀନ ଚକ୍ରାନ୍ତ । ଦୁଷ୍କର୍ମ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ରାଇକିଆ ଥାନା ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । ଏହା ସହିତ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଶିବାନୀ ପ୍ରଧାନ । ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି ।  

ଗତ ଅଗଷ୍ଟ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାବେଳେ ପଡ଼ୋଶୀ ଯୁବକ ଶିବାନୀ ତାକୁ ବଳାତ୍କାର କରିଥିଲା । ପରିବାର ଲୋକ ଜାଣିବା ପରେ ଗାଁ କମିଟିରେ ସଂପୃକ୍ତ ଯୁବକ ନାଁରେ ଅଭିଯୋଗ କରିଥିଏୋ । ନାବାଳିକାକୁ ନ୍ୟାୟ ଦେବା ବଦଳରେ ଗାଁ କମିଟିର ସଦସ୍ୟମାନେ ଘଟଣାକୁ ଚପାଇ ଦେବାକୁ କହିଥିଲେ । ଘଟଣା ସମ୍ପର୍କରେ ପୋଲିକୁ ଖବର ନ ଦେଇ ବରଂ ଗାଁରେ ମାମଲାର ସମାଧାନ କରିବାକୁ କହିଥିଲେ । ଏହା ପରେ ଗାଁରେ ଖାପ୍‌ ପଞ୍ଚାୟତ୍ ବସିଥିଲା । ସେଠାରେ ଅଭିଯୁକ୍ତ ନିଜ ଦୋଷ ମାନି ଥିଲା । ଅଭିଯୁକ୍ତ ୫୦ ହଜାର ଟଙ୍କା ଦେବା ଲାଗି କମିଟି ନିର୍ଦ୍ଦେଶ ଦେଇଥିଲା । ଅଭିଯୁକ୍ତର ବାପା ଏତେ ପରିମାଣର ଟଙ୍କା ଦେବାକୁ ଅକ୍ଷକ ପ୍ରକାଶ କରିଥିଲେ । ଶେଷରେ ଝିଅର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଏହି ମାମଲାରେ ଗାଁ କମିଟି ସଦସ୍ୟ ଓ ଅଭିଯୁକ୍ତଙ୍କ ସମେତ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ସଂପୃକ୍ତ ପୀଡ଼ିତାର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ପୋଲିସ ତଦନ୍ତ ଘଟଣାର ତଦନ୍ତ ଜାରି ରଖିଛି । 

  • Tags: