Home > ମହିଳା
ଜୁନାଗଡ ଲଜ୍ଜା ! ପୀଡିତାଙ୍କ ସାନି ବୟାନ ଆଧାରରେ ଡ୍ରାଇଭର ଲଳିନ୍ଦ୍ର ଗିରଫ
Khabar Odisha:state-odisha-junagarh-rape-and-vedio-viral-case-driver-lalindra-arrested
ଜୁନାଗଡ, ସେପ୍ଟେମ୍ବର ୨୮ (ଖବର ଓଡିଶା) :

ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ ହୋଇଛି। ପୀଡିତାଙ୍କ ସାନି ବୟାନ ଆଧାରରେ ଡ୍ରାଇଭର ଲଳିନ୍ଦ୍ରଙ୍କୁ ଜୁନାଗଡ ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ ଏବେ ଜେଏମଏଫସି କୋର୍ଟ ଚାଲାଣ କରାଯାଇଛି। 

ବହୁ ଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ ଏବଂ ଭିଡିଓ ଭାଇରାଲ ମାମାରେ ଆଜି ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଜୁନାଗଡ ପୁଲିସ ଗିରଫ କରିଛି । ଆଜି ଏନେଇ ପୀଡିତାଙ୍କ ସାନି ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଲଳିନ୍ଦ୍ରକୁ ଜେଏମଏଫସି କୋର୍ଟ ଚାଲାଣ କଲା ପୋଲିସ। ପୀଡିତା ସାନି ବୟାନ ଦେବାପରେ କିଛି ୱେବ ଚ୍ୟାନେଲକୁ ବୟାନ ଦେଇଥିଲେ। ଏହି ସମୟରେ ସେ ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ ବୋଲି କହିଥିଲେ। ଏତଦ୍ ବ୍ୟତୀତ ଯଦି ଲଳିନ୍ଦ୍ରକୁ ଛାଡି ଦିଆଯାଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ। ସିଆରପିସି ଦଫା ୧୬୧ରେ ପୀଡିତାଙ୍କ ସାନି ବୟାନ ନିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଂଚଳରେ ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ କରାଯାଇଥିଲା। ଭାଇରାଲ ହୋଇଥିବା ଭିଡିଓଟି ଭବାନିପାଟନାରୁ ଜୁନାଗଡ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଜାରିଙ୍ଗ ଜଙ୍ଗଲରେ ଉତୋଳନ କରାଯାଇଥିଲା। ଏହି ଭିଡିଓରେ ଯୁବତୀ ଓ ତାଙ୍କ ସହ ଥିବା ଜଣେ ପୁରୁଷ ଲୋକଙ୍କୁ ୪ରୁ ୫ଜଣ ଯୁବକ ଛୁରି ଦେଖାଇ ଧମକାଇ ଭୟଭୀତ କରିବା ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଯୁବକମାନେ ସେମାନଙ୍କ ମୁହଁ ଘୋଡାଇ ଥିଲେ। 

ତେବେ ଭିଡିଓ ବାଇରାଲ ହେବା ପରେ ବଳାତ୍କାର ପୀଡିତା ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଭିଡିଓରେ ଯୁବତୀଙ୍କ ସହ ଥିବା ଡ୍ରାଇଭର ଲଳିନ୍ଦ୍ରକୁ ପୋଲିସ ମୁଖ୍ୟ ସାକ୍ଷୀ ଭାବେ ଗ୍ରହଣ କରିଥିଲା। କିନ୍ତୁ ଦୁଷ୍କର୍ମ ପୀଡିତା ଲଳିନ୍ଦ୍ର ହିଁ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ଗିରଫ ନକରାଗଲେ ସେ ଆତ୍ମହତ୍ୟା କରିବେ ବୋଲି କହିଲା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏବେ ପୁଲିସ ଲଳିନ୍ଦ୍ରଙ୍କୁ ଗିରଫ କରିଛି।