For English Prss ctrl+g
Khabar Odisha:Yamaha-Launches-Fazer-25-cost-129-Lakh

ଭାରତରେ ଲଂଚ ହେଲା Yamaha Fazer 25, ଲଂଗ ଡ଼୍ରାଇଭ ପାଇଁ ବେଶ ଭଲ,ମୂଲ୍ୟ ୧.୨୯ ଲକ୍ଷ

ନୂଆଦିଲ୍ଲୀ, ଅଗଷ୍ଟ ୨୧(ଖବର ଓଡ଼ିଶା): ଭାରତୀୟ ବଜାରରେ ୟାମାହା ଦୁଇଚକିଆ ଯାନରେ ବେଶ ଚାହିଦା । ଯାହାକୁ ନେଇ ଜାପାନର ଏହି ଅଟୋ ଦିଗ୍ଗଜ ବଜାରରେ ଭିନ୍ନ ଭିନ୍ନ ମଡ଼େଲର ଗାଡ଼ିର ପ୍ରବେଶ କରାଇଆସିଛି । ଏବେ ଭାରତରେ ଫେଜର୨୫ ଲଂଚ କରାଯାଇଛି । ଏହା ଫେଜର୧୫୦ର ଅପଗ୍ରେଟେଡ଼ ଭ୍ୟାରିଏଣ୍ଟ ଅଟେ । ବାଇକ୍‌ରେ ୨୪୯ସିସିର ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ଼ ଫୁଏଲ ଇଂଜେକ୍ସନ ଇଂଜିନ ଦିଆଯାଇଛି । ଏହା ୮୦୦୦ଆରପିଏମ୍‌ରେ ୨୦.୯ପିଏମ୍‌ ଶକ୍ତି ଜେନେରେଟ କରୁଛି । ବାଇକ୍‌ଟି ୫ ସ୍ପିଡ଼ ଟ୍ରାନ୍ସମିଶନ ସହ ଉପଲବ୍ଧ ହେବ ।

ଖବର ଓଡ଼ିଶା 21/08/2017
Khabar Odisha:Student-steering-committee-protest-to-Student-Council-election-in-Revenshaw-University

ରେଭେନ୍ସା ବିଶ୍ୱବିଦ୍ୟାଳୟ ନିର୍ବାଚନକୁ ନେଇ ବିବାଦ, ଛାତ୍ର କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଧମକ

କଟକ, ଅଗଷ୍ଟ ୧୬ (ଖବର ଓଡ଼ିଶା): ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଛାତ୍ର କ୍ରିୟାନୁଷ୍ଠାନ କମିଟି କୁଳପତିଙ୍କ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନ କରିବାର ଚେତ୍ତାବନୀ ଦେଇଛି । ଛାତ୍ର ସଂସଦ ନିର୍ବାଚନ ବଦଳରେ ଛାତ୍ର ପ୍ରତିନିଧି ବାଛିବା ନିଷ୍ପତିକୁ ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି । କୁଳପତି ଚାପର ବଶବର୍ତି ହୋଇ ଏହି ନିଷ୍ପତି ନେଇଥିବା କମିଟି ଅଭିଯୋଗ କରିଛନ୍ତି । ନିଷ୍ପତି ବଦଳାଇ ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ କରିବାକୁ ଦାବି କରିଛି ଛାତ୍ର ସଂଗଠନ ।

ଖବର ଓଡ଼ିଶା 16/08/2017
Khabar Odisha:college-election-on-September-23

ସେପ୍ଟେମ୍ବର ୨୩ରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡିଶା): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଜି ଛାତ୍ର ସଂସଦ ନିର୍ବାଚନ ଚାରିଖ ଘୋଷଣା କରିଛି । ଆସନ୍ତା ସେପ୍ଟେମ୍ବର ୨୩ରେ ନିର୍ବାଚନ ହେବା ନେଇ ବିଭାଗ ସୂଚନା ଦେଇଛି । ସେହିପରି ନିର୍ବାଚନର ଛଅ ଦିନ ପୂର୍ବରୁ ମନୋନୟନ ପତ୍ର ଦାଖଲ କରାଯିବ । ଏହା ପରେ ୧୮ ରେ ପାର୍ଥୀ ତାଲିକା ପ୍ରକାଶ କିମ୍ବା ପାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ସବୁ ବର୍ଷ ପରି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ କଲେଜରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ ଅନୁଷ୍ଠିତ ହେବ ।

ଖବର ଓଡ଼ିଶା 11/08/2017
Khabar Odisha:medical-exam-question-paper-all-languages-supreme-court

ସମସ୍ତ ଭାଷାରେ ସମାନ ହେବ ନିଟ୍‌ ପ୍ରଶ୍ନପତ୍ର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା): ମେଡିକାଲ ପାଠ୍ୟକ୍ରମ ପାଇଁ ଦେଶର ସବୁଠୁ ବଡ ପ୍ରବେଶିକା ପରୀକ୍ଷା ହେଲା ନିଟ୍‌ । ଏହାକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିବିଏସ୍‌ଇ ଢ଼ାଞ୍ଚା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ସବୁ ନିଟ୍‌ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଏକସମାନ ହେବା ଦରକାର ।

ଖବର ଓଡ଼ିଶା 10/08/2017
Khabar Odisha:Ravenshaw-Student-Poll-changed-to-General-Poll

ବଦଳିଲା ରେଭେନ୍‌ସା ବିଶ୍ୱବିଦ୍ୟାଳୟ ନିର୍ବାଚନ ଢାଞ୍ଚା: ଛାତ୍ର ସଂସଦ ବଦଳରେ ହେବ ଛାତ୍ର ପରିଷଦ

କଟକ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଚଳିତ ବର୍ଷ ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଏଥର ଛାତ୍ର ସଂସଦ ନିର୍ବାଚନ ପରିବର୍ତ୍ତେ ଛାତ୍ର ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଖବର ଓଡ଼ିଶା 10/08/2017
Khabar Odisha:Odisha-Pradesh-Student-Congress-protest-over-atttack-on-journalist

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣର ପ୍ରତିବାଦ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର, ଅଗଷ୍ଟ ୯ (ଖବର ଓଡ଼ିଶା): ବାଲିପାଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ସମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ଦଳର କର୍ମୀମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟରେ ଶାସନ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାରେ ଲାଗିଛି ବୋଲି ଦଳର ସଭାପତି ଇତିଶ୍‌ ପ୍ରଧାନ କହିଛନ୍ତି ।

ଖବର ଓଡ଼ିଶା 09/08/2017
Khabar Odisha:CBSE-UGC-NET-Online-Application-form-2017--Apply-Online-started-from-coming-11

ୟୁଜିସି ନେଟ୍‌ ୨୦୧୭ : ନଭେମ୍ବର ୫ରେ ପରୀକ୍ଷା, ଅଗଷ୍ଟ ୧୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,ଅଗଷ୍ଟ ୬ (ଖବର ଓଡିଶା): କେନ୍ଦ୍ରୀୟ ବୋର୍ଡ଼ ମାଧ୍ୟମିକ ପରିଷଦ(ସିବିଏସଇ) ଦ୍ୱାରା ପରିଚାଳନା କରାଯାଉଥିବା ୟୁଜିସି ନେଟ (ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ) ଆସନ୍ତା ନଭେମ୍ବର ୫ ପରୀକ୍ଷା କରାଯିବ । ଏ ନେଇ ବୋର୍ଡ ତରଫରୁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସିବିଏସଇର ନିଜସ୍ୱ ୱେବସାଇଟ http://cbsenet.nic.in ରେ ଆସନ୍ତା ଅଗଷ୍ଟ ୧୧ରୁ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୧୧ ସେପ୍ଟେମ୍ବର ରହିଛି । ସ୍ନାତୋକତ୍ତର (ପି.ଜି) ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ । ତେବେ ସେଥିପାଇଁ କିଛି ନିୟମ ମାନ ରହିଛି ।

ଖବର ଓଡ଼ିଶା 06/08/2017
Khabar Odisha:Be-aware-of-these-things-save-your-phone-from-damage

ଟିପ୍ସ: ଅସାବଧାନତା କରିପାରେ ଆପଣଙ୍କ ସ୍ମାର୍ଟଫୋନକୁ ଖରାପ, ଜାଣନ୍ତୁ ଏପରି ୫ଟି କାରଣ

ଭୁବନେଶ୍ୱର, ୨୯ଜୁଲାଇ(ଖବର ଓଡ଼ିଶା): ଆମେ ଆପଣଙ୍କ ମୋବାଇଲକୁ ଖରାପ ହେବାର ୫ଟି ସାଧାରଣ ବିଷୟ ଉପରେ ଆଲୋକପାତ କରିବାକୁ ଯାଉଛୁ । ଯାହାଫଳରେ ଆପଣ ନିଜ ଫୋନକୁ ଅଜାଣତରେ କରୁଥିବା ହାନିରୁ ରକ୍ଷା କରିପାରିବେ । କାରଣ ବ୍ୟବହାରକାରୀଙ୍କର ଏ ବିଷୟରେ ଧାରଣା ନଥାଏ । ଏପରିକି ଅନେକ ଏହା କମ୍ପାନୀ ପାଇଁ ହୋଇଥାଏ ବୋଲି ଯୁକ୍ତି ବାଢ଼ିଥାନ୍ତି । ମାତ୍ର ସର୍ବଦା ଫୋନ ଖରାପ ହେବା ପଛରେ କମ୍ପାନୀ ଦାୟି ହୋଇନଥାଏ । ବରଂ ଅନେକ ଥର ବ୍ୟବହାରକାରୀଙ୍କ ଭୂଲ ଯୋଗୁଁ ଫୋନଟି ଖରାପ ହୋଇଥାଏ। -) ପ୍ରଥମଟି ହେଉଛି ଫୋନ୍‌ ରୁଟ କରିବା: ଫୋନକୁ ରୁଟ କରିବା ପୂର୍ବରୁ ଏବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣିନିଅନ୍ତୁ । ଏପରି କରିବା ପୂର୍ବରୁ ଆପଣଙ୍କୁ ଏକ ଚେତାବନୀ ଦିଆଯାଇଥାଏ । ଫୋନକୁ ଯଦି ଆପଣ ଭୂଲ ଭାବରେ ରୁଟ କରିଦିଅନ୍ତି, ତେବେ ଆପଣଙ୍କ ଫୋନଟିକୁ ଆଭ୍ୟନ୍ତରିଣ କ୍ଷତି ପହଂଚିଥାଏ । ତେଣୁ ଏପରି କରିବା ଉଚିତ୍‌ ନୁହେଁ ।

ଖବର ଓଡ଼ିଶା 29/07/2017
Khabar Odisha:3-Third-Selection-Admission-Starts

ଆଜିଠୁ ଯୁକ୍ତ ୩ ତୃତୀୟ ପର୍ୟ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ୱର,ଜୁଲାଇ ୨୦(ଖବର ଓଡିଶା): ଆଜିଠାରୁ ଯୁକ୍ତ ୩ ପାଇଁ ତୃତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତ ୨୪ ତାରିଖରୁ କଲେଜ ଗୁଡିକରେ ପାଠପଢା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ତୃତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି ।

ଖବର ଓଡ଼ିଶା 20/07/2017
Khabar Odisha:World-youth-skills-day-celebrated-in-Odisha

ଫୁଲବାଣୀରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ

ଫୁଲବାଣୀ, ଜୁଲାଇ ୧୫(ଖବର ଓଡ଼ିଶା): ରାଜ୍ୟ ଦକ୍ଷତା ବିକାଶ ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବହୁମୁଖୀ ବୈଷୟିକ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ‘ବିଶ୍ୱ ଯୁବ ଦକ୍ଷତା ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିବ ।

ଖବର ଓଡ଼ିଶା 15/07/2017
Khabar Odisha:worlds-smallest-phone-launched-in-India

ଭାରତରେ ଲଂଚ ହେଲା ଦୁନିଆଁର ସବୁଠାରୁ ଛୋଟ ଫୋନ,ଓଜନ ମାତ୍ର ୩୦ ଗ୍ରାମ, ମୂଲ୍ୟ ଜାଣନ୍ତୁ

ନୂଆଦିଲ୍ଲୀ, ୧୪ଜୁଲାଇ(ଖବର ଓଡ଼ିଶା): ଭାରତରେ ଲଂଚ ହେଲା ବିଶ୍ୱର ସବୁଠାରୁ ଛୋଟ ମୋବାଇଲ ଫୋନ । ଇ-କମର୍ସ ଓ୍ୱେବସାଇଟରେ ଏହି ଫିଚର ବିଶିଷ୍ଟ ଫୋନକୁ ଲଂଚ କରାଯାଇଛି । କମ୍ପାନୀ ଏହାକୁ ସବୁଠାରୁ ଛୋଟ ଜିଏସଏମ ଫୋନ ବୋଲି ଦାବି କରୁଛି । ଏଲରୀ ନୈନୋ ଫୋନ ସିରେ ବାୟସ ରେକର୍ଡ଼ର ଦିଆଯାଇଛି । ଏଥିରେ ଦିଆଯାଇଥିବା ବ୍ଲୁ ଟୁଥ ଫିଚର ଏହାକୁ କୌଣସି ଆଣ୍ଡ୍ରଏଡ଼ ଏବଂ ଆଇଓଏସ ଡ଼ିଭାଇସ ସୟ ଯୋଡ଼ି ପାରିବ । ଫୋନଟିକୁ ସୁନେଲି, କଳା ଏବଂ ସିଲଭର ରଙ୍ଗରେ ଉପଭୋକ୍ତାମାନେ ପାଇପାରିବେ । ଏହାର ମୂଲ୍ୟ ୩,୯୪୦ ଟଙ୍କା ରଖାଯାଇଛି ।

ଖବର ଓଡ଼ିଶା 14/07/2017
Khabar Odisha:Ravenshaw-Ragging-Accused-Shubhrajit-Roy-seeks-anticipatory-bail-from-High-Court

ରେଭେନ୍‌ସା ରାଗିଂ ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ ମୁଖ୍ୟ ଅଭିଯୁକ୍ତ

କଟକ, ଜୁଲାଇ ୧୪ (ଖବର ଓଡ଼ିଶା): ରେଭେନ୍ସା ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ରାଗିଂ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶୁଭ୍ରଜିତ୍ ରାୟ । ଶୁଭ୍ରଜିତ୍‌ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିବା ସୂଚନା ମିଳିଛି ।

ଖବର ଓଡ଼ିଶା 14/07/2017
Khabar Odisha:Youth-Tortured-By-Seniors-Of-Ravenshaw-Video-Goes-Viral

ରେଭେନ୍ସାରେ ରାଂଗି : ଆଣ୍ଠେଇ ଦେଇ ଛାତ୍ରଙ୍କୁ ଗୋଇଠା ମାରିଲେ, ଭିଡିଓ ଭାଇରାଲ୍

କଟକ,ଜୁଲାଇ ୧୦(ଖବର ଓଡିଶା): ରାଜ୍ୟର ଖ୍ୟାତିନାମା ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଖ୍ୟା ପାଇଥିବା ରେଭେନ୍ସାରେ ଛାତ୍ରଙ୍କୁ ରାଗିଂ କରିବା ଘଟଣା ସମ୍ନାକୁ ଆସିଛି । ରାଗିଂ କରିବା ବେଳେ କେହି ଜଣେ ଛାତ୍ର ନିଜ ମୋବାଇଲରେ ସୁଟ୍ କରି ଭିଡିଓଟି ସୋସିଆଲ ନେଟୱାର୍କିଂରେ ଛାଡିବା ପରେ ଘଟଣା ପଦାକୁ ଆସିଛି । ଭିଡିଓରେ କିଛି ଛାତ୍ର ଜଣେ ଛାତ୍ରଙ୍କୁ ଆଣ୍ଠେଇ ନିର୍ୟାତନା ଦିଆଯାଉଥିବା ଦେଖାଦେଇଛି । ଜଣେ ଛାତ୍ରଙ୍କୁ ଆଣ୍ଠେଇ ଦେଇ ପଛ ପଟରୁ ଜଣେ ସିନିୟର ଦୌଡି ଆସି ଗୋଇଠା ମାରୁଥିବା ଭିଡିଓରେ ସ୍ପଷ୍ଟିକରଣ ହୋଇଛି । ଭିଡିଓଟି ରେଭେନ୍ସା ବିଶ୍ୱବିଦ୍ୟାଳୟର ଲଳିତଗିରି ଛାତ୍ରାବାସ ପରିସରରେ ଘଟିଛି ବୋଲି ସୂଚନା ମିଳିଛି ।

ଖବର ଓଡ଼ିଶା 10/07/2017
Khabar Odisha:jio-sim-data-leaked

ଦେଶର ସବୁଠାରୁ ବଡ଼ ମୋବାଇଲ ନେଟଓ୍ୱାର୍କ ଜିଓ ଉପଭୋକ୍ତାଙ୍କ ତଥ୍ୟ ଲିକ, କମ୍ପାନୀର ଯାଂଚ ଆରମ୍ଭ

ନୂଆଦିଲ୍ଲୀ, ୧୦ଜୁଲାଇ(ଖବର ଓଡ଼ିଶା):ରିଲାଏନ୍ସ ଜିଓର ଉପଭୋକ୍ତାମାନଙ୍କର ସୂଚନା କଥିତ ଭାବରେ ଲିକ ହୋଇଯାଇଛି । ଗୋଟିଏ ତୃତୀୟ ପାର୍ଟୀର ଓ୍ବେବସାଇଟରେ ଜିଓର ନମ୍ୱର ଦାଖଲ କରିବା ପରେ ତାହା ସହିତ ଜଡ଼ିତ ସମସ୍ତ ସୂଚନା ପ୍ରକାଶ ପାଉଥିବା ଦେଖାଦେଉଛି । ତେବେ ଜିଓର ୧୦କୋଟିରୁ ଉର୍ଦ୍ଧ ବ୍ୟବହାରକାରୀଙ୍କ ସୂଚନା ଲିକ ହେବା ପରେ ଉପଭୋକ୍ତାଙ୍କ ମନରେ ଭୟର ସଂଚାର ହୋଇଥିବା ଦେଖାଦେଉଛି ।

ଖବର ଓଡ଼ିଶା 10/07/2017
Khabar Odisha:jio-may-announce-4g-handset-in-500rs

ପୁଣି ୫ଶହ ଟଙ୍କାରେ ମୋବାଇଲ ଦେବ ରିଲାଏନ୍ସ, ୪ଜି ହ୍ୟାଣ୍ଡସେଟ ପାଇଁ ଜିଓ କଲା ପ୍ରସ୍ତୁତି

ମୁମ୍ବାଇ,୦୫ଜୁଲାଇ(ଖବର ଓଡ଼ିଶା): ରିଲାଏନ୍ସ ଜିଓ ନିଜର ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଧମାକା ଅଫର ସହ ଆସୁଛି । ରିଲାଏନ୍ସ ନିଜର ୪ଜି ଭୋଲ୍ଟ ଫିଚର ଫୋନ ଏହି ମାସରେ ଲଂଚ କରିବାକୁ ଯାଉଛି । ଏହାର ମୂଲ୍ୟ ମାତ୍ର ୫ଶହ ଟଙ୍କା ରଖାଯାଇଛି । ଯଦି ଏପରି ହୁଏ ତେବେ ଭାରତୀୟ ମୋବାଇଲ ବଜାରରେ ଭୁକମ୍ପ ଆସିପାରେ । ଏହା ପୂର୍ବରୁ ରିଲାୟନ୍ସ ଜିଓ ଏବଂ ଧନ ଧନା ଧନ ଅଫରରେ ରିଲାଏନ୍ସ ଧମାଲ କରୁଛି । ଖବର ମୁତାବକ, ୨୧ ଜୁଲାଇରେ ରିଲାଏନ୍ସ କମ୍ପାନୀ ନିଜର ବାର୍ଷିକ ବୈଠକ କରିବାକୁ ଯାଉଛି । ଏଥିରେ ଏହି ଫୋନ ଲଂଚ କରାଯିବ । ଏପରିକି ଏହି ସମୟରେ ରିଲାଏନ୍ସ ଜିଓ ନିଜର ଆଗାମୀ ଟାରିଫ ପ୍ଲାନ ବିଷୟରେ ଘୋଷଣା କରିବ । ପୂର୍ବରୁ ମୁକେଶ ଅମ୍ବାନୀ ୧୧ ଏପ୍ରିଲରେ ଯେଉଁ ଧନ ଧନା ଧନ ଅଫର ଘୋଷଣା କରିଥିଲେ ତାହା ଏବେ ଶେଷ ହେବାକୁ ଯାଉଛି ।

ଖବର ଓଡ଼ିଶା 05/07/2017
Khabar Odisha:fB-will-launch-its-finding-WiFi-near-you-feature-soon

ଏବେ ମାଗଣା ୱାଇ-ଫାଇକୁ ଖୋଜି ଉପଭୋକ୍ତାଙ୍କୁ ସୂଚନା ଦେବ ଫେସବୁକ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ, ଜୁଲାଇ୦୩(ଖବର ଓଡ଼ିଶା): ବିଶ୍ୱର ସବୁଠାରୁ ବେଶୀ ଲୋକପ୍ରୀୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ବ୍ୟବହାରକାରୀମାନଙ୍କୁ ନୁଆ ନୂଆ ଫିଚର ଭେଟି ଦେବାରେ ଲାଗିଛି । ନିକଟରେ ନିଜ ମଧ୍ୟରେ ଅନେକ ପରିବର୍ତନ କରିବା ପରେ ଏବେ ଫେସବୁକ ନିଜର ‘ଫାଇଣ୍ଡ ୱାଇ-ଫାଇ’ ଫିଚରର ସୁବିଧା ଦେବାକୁ ନିଷ୍ପତି ନେଇଛି । ଏହାଫଳରେ ବିଶ୍ୱର ଦୁଇ ଅରବ ଲୋକରୁ ଅଧିକ ଆଇଓଏସ ଏବଂ ଆଣ୍ଡ୍ରଏଡ଼ ବ୍ୟବହାରକାରୀ ଲାଭାନ୍ୱିତ ହେବେ । ଫେସବୁକ ଗତବର୍ଷ ଏହି ଫିଚରର ଶୁଭାରମ୍ଭ କରିଥିଲେ ହେଁ ସେତେବେଳେ ଏହାକୁ କେବଳ କିଛି ବଛାବଛା ଦେଶର ଆଇଓଏସ ବ୍ୟବହାରକାରୀଙ୍କୁ ଏହି ସୁବିଧା ଦେଇଥିଲା ।

ଖବର ଓଡ଼ିଶା 03/07/2017
Khabar Odisha:Bajaj-launched-pulser-ns-160

ଭାରତରେ ବଜାଜର ଲଂଚ କଲା ପଲସର ଏନଏସ୧୬୦, ମୂଲ୍ୟ ୭୮,୩୬୮

ଜୁଲାଇ୦୧(ଖବର ଓଡ଼ିଶା): ବଜାଜ ଅଟୋ ଲିମିଟେଡ଼ ନିଜର ନୂତନ ଜେନେରେସନର ପଲସର ଏନଏସ୧୬୦କୁ ଭାରତରେ ଲଂଚ କରିଛି । କମ୍ପାନୀ ଏହାର ଦାମକୁ ୭୮,୩୬୮ ରଖିଛି । ଏହାକୁ ବଜାଜର ପ୍ରତିଟି ଡ଼ିଲରଙ୍କ ପାଖରୁ ବୁକ କରିହେବ । ଏହା ନୂଆ ପଲସର ୧୫୦କୁ ରିପ୍ଲେସ କରୁନାହିଁ ବରଂ ଏହାକୁ ପଲସର୧୮୦ର ତଳେ ରଖାଯାଇଛି । ନୂତନ ପଲସର ଏନଏସ୧୬୦କୁ ସ୍ମାର୍ଟ ଲୁକ ଦିଆଯାଇଛି । ଏଥିରେ ୧୬୦.୩ସିସି, ୪ ଷ୍ଟ୍ରୋକ ଇଂଜିନ,ଅୟଲ କୁଲ୍ଡ଼ ଡ଼ିଟିଏସଆଇ ଇଂଜିନ ଦିଆଯାଇଛି ଯାହାକି ୧୫.୨ ପିକ ପାୱାର ଏବଂ ୧୪.୬ଏନଏମର ପିକ ଟର୍କ କରୁଛି ।

ଖବର ଓଡ଼ିଶା 01/07/2017
Khabar Odisha:neet-2017-all-india-topper-navdeep-singh-success-secret

ନିଟ୍‌ ୨୦୧୭ : ଟପ୍ପର ନବଦୀପ କହିଲେ ସୋସିଆଲ ମିଡିଆରୁ ଦୂରେଇ ରହି ୧୭ ଘଣ୍ଟା ପଢ଼ୁଥିଲି

ଚଣ୍ଡୀଗଡ, ଜୁନ ୨୪(ଖବର ଓଡିଶା): ନିଟ୍‌ ୨୦୧୭ ମେଡିକାଲ୍‌ ପ୍ରବେଶିକା ପରୀକ୍ଷାର ଫଳାଫଳ ଗତକାଲି ପ୍ରକାଶ ପାଇଛି । ଏଥିରେ ଦେଶରେ ଟପ୍ପର୍‌ ହୋଇଛନ୍ତି ନବଦୀପ ସିଂହ । ଏବେ ନବଦୀପଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି । ନବଦୀପ ସିଂହ ହେଲିକ୍ସ ଚଣ୍ଡୀଗଡର ଛାତ୍ର ।

ଖବର ଓଡ଼ିଶା 24/06/2017
Khabar Odisha:Nijukti-Mela-Depressed-Candidate

ନିଯୁକ୍ତି ମେଳାରୁ ଚୟନ ପ୍ରାର୍ଥିଙ୍କୁ ନିଯୁକ୍ତି ମିଳୁନି

ପୁରୀ, ଜୁନ୍/୨୪(ଖବର ଓଡ଼ିଶା): ଜିଲ୍ଲାର ୮୮୬ ଜଣଙ୍କୁ ଦୁଇବର୍ଷ ତଳେ ନିଯୁକ୍ତି ମେଳାରେ ନିଯୁକ୍ତି ପାଇଁ ଚୟନ କରାଯାଇ ଥିଲା କିନ୍ତୁ ଆଜି ପର୍ୟ୍ୟନ୍ତ ନିଯୁକ୍ତି ପତ୍ର ମିଳିନଥିବାରୁ ଦକ୍ଷତା ବିକାଶ କାର୍ୟ୍ୟକ୍ରମକୁ ଲୋକେ ଆଙ୍ଗୁଳି ଉଠାଇଛନ୍ତି । ଗତ ୨୦୧୪-୧୫ ବର୍ଷରୁ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଜରିଆରେ ତାଲିମ ନେଇଥିବା ଜଣେ ହେଲେ ପ୍ରଣିକ୍ଷାର୍ଥିଙ୍କୁ ନିଯୁକ୍ତି ମିଳିପାରିନାହିଁ ।

ଖବର ଓଡ଼ିଶା 24/06/2017
Khabar Odisha:Odisha-2-Admission-2017-Second-Phase-Cut-Off-List-Out

ପ୍ରକାଶ ପାଇଲା ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ୍ ମାର୍କ

ଭୁବନେଶ୍ୱର,ଜୁନ ୨୩(ଖବର ଓଡିଶା): ପ୍ରକାଶ ପାଇଛି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ । ଯୁକ୍ତ ଦୁଇ ନାମଲେଖାରେ ୯୧.୩୩ ପ୍ରତିଶତ ମାର୍କରେ ରେଭେନ୍ସା ଆଗରେ ରହିଥିବାବେଳେ କଳା ଓ ବାଣିଜ୍ୟରେ ବିଜେବି କଲେଜ ଆଗରେ ରହିଛି ।

ଖବର ଓଡ଼ିଶା 23/06/2017
First Previous
1 2 3 4 5 6 7 8 9 10
Next Last Page 1 of 10