Home > ଯୁବ
ଆରମ୍ଭ ହେଲା ଜାୱା ପରେକର ବୁକିଂ, ମାତ୍ର ଦଶହଜାର ଟଙ୍କା ଦେଇ କରନ୍ତୁ ଅଗ୍ରୀମ ବୁକିଂ
Khabar Odisha:jawa-perak-booking-starts-today-at-6pm
ନୂଆଦିଲ୍ଲୀ,ଜାନୁଆରୀ ୦୧ (ଖବର ଓଡ଼ିଶା)

ଜାୱା ବାଇକ କମ୍ପାନୀର ଅନ୍ୟତମ ବହୁପ୍ରତୀକ୍ଷିତ ବାଇକ ଜାୱା ପରେକ ପାଇଁ ଆଜି ସଂନ୍ଧ୍ୟାରୁ ଆରମ୍ଭ ହେବ ବୁକିଂ । ହାର୍ଲି ଡେଭିଡସନର ବହୁ ଲୋକପ୍ରିୟ ମଡେଲ ବାଇକ ବବର ଷ୍ଟାଇଲ ରେ ନିର୍ମାଣ କରାଯାଇଛି ଜାୱା ପରେକକୁ । ଆଜି ତଥା 1 ଜାନୁୟାରୀରୁ ଦେଶର ସମସ୍ତ ଜାୱା ମୋଟର ଶୋରୁମରୁ ଆପଣ ଏହି ବାଇକର ଅଗ୍ରୀମ ବୁକିଂଙ୍ଗ କରିପାରିବେ ବୋଲି ନିଜ ୱେବସାଇଟ ଦ୍ୱାରା ସାଧାରଣ ଲୋକମାନଙ୍କୁ ସୂଚନା ଦେଇଛି କମ୍ପାନୀ ।

ତେବେ ସବୁଠାରୁ ଭଲ ଖବର ଏହି କି ଯେ ଆପଣ 10000 (ଦଶ ହଜାର) ଟଙ୍କା ଡାଉନ ପେମେଣ୍ଟ ଦେଇ ଏହି ଗାଡିକୁ ବୁକିଂ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ 2 ତାରିଖରୁ ଜାୱା ପରେକର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଜଣାଯାଇଛି । 2019 ନଭେମ୍ବର ମାସରେ ଏହି ଗାଡିର ଲଞ୍ଚ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏହାର ଏକ୍ସ ଶୋରୂମ ମୂଲ୍ୟ ରହିଛି 1,95,000(ଏକ ଲକ୍ଷ ପଞ୍ଚାନବେ ହଜାର)ଟଙ୍କା ।

ଜାୱା ପରେକକୁ ବର୍ତମାନ ଦେଶର ସବୁଠାରୁ ଶସ୍ତା ବବର ଷ୍ଟାଇଲ ବାଇକ ବୋଲି କୁହାଯାଉଛି । ଏହାର ଲୁକ ବି କାଫି ସୁନ୍ଦର ଥିବାବେଳେ ଏହାର ଏକ୍ୱଜଷ୍ଟର ସାଉଣ୍ଡ ବି ଖୁବ ଭଲ ଥିବା କମ୍ପାନୀ ପକ୍ଷରୁ ଜଣାପଡିଛି । ଏହି ବାଇକରେ ରାଉଣ୍ଡ ହେଡଲ୍ୟାମ୍ପ, ସିଙ୍ଗଲ ସିଟ, ବ୍ଲାକ ୱେୟାର ସ୍ପୋକ ବ୍ଲିଜ, ବାର ଏଣ୍ଡ ମିରର୍ସ, ଛୋଟ ଫେର୍ଡସ ଓ ସ୍ଲେଶ କଟ ଏକଜଷ୍ଟ ଏହାକୁ ଏକ କ୍ଲାସିକ ବବର ଷ୍ଟାଇଲର ଲୁକ ପ୍ରଦାନ କରୁଛି ।

ଏହା ସହ ଏହି ଗାଡିରେ ଇଣ୍ଟିଗ୍ରେଟେଡ ଟେଲ ଲାଇଟ ସହ ଫ୍ଲୋଟିଙ୍ଗ ସିଙ୍ଗଲ ସିଟ ଷ୍ଟାର୍ଡଣ୍ଡ ଦିଆଯାଇଛି । ଯାହା ଦ୍ୱାରା ଏହା ସମ୍ପୂର୍ଣ୍ଣ ଏକ ବବର ଗାଡି ଭଳି ଦିଶୁଛି । ଭୂମି ଠାରୁ ଏହାର ସିଟର ଉଚ୍ଚତା 750 ମିମି ରହିଥିବା ବେଳେ ଏହାର ଓଜନ 179 କିଲୋଗ୍ରାମ ଥିବା ଜଣାପଡିଛି । ଏହା ସହ ଏହି ଗାଡିରେ 14 ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟାଙ୍କି ମଧ୍ୟ ରହିଛି ।

ଜାୱା ପରେକ ଭାରତର ପ୍ରଥମ ବିଏସ 6 କମ୍ପଲାଇଟ ବାଇକ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ 334ccର ସିଙ୍ଗଲ ସିଲିଣ୍ଡର ଥିବାବେଳେ, DOHC ଲିକ୍ୱିଡ କୁଲ୍ଡ ଇଞ୍ଜିନ ଦିଆଯାଇଛି ଏହା ସହ 30BHP ର ପାୱାର ସହ 31NMର ପିକ ଟର୍କ ଜେନେରେଟ କରିଥାଏ । 6 ସ୍ପିଡ ଗିୟରବକ୍ସ ସହ ଏହି ବାଇକ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡିଛି ।