Home > ଯୁବ
ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ, ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା
Khabar Odisha:politics-youth-odisha-bjp-yuva-morcha-to-gherao-bidhansabha
ଭୁବନେଶ୍ୱର, ଜାନୁୟାରୀ ୩୦ (ଖବର ଓଡ଼ିଶା):

ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟୀ । ସେଥିପାଇଁ ଆସନ୍ତା ଫେବୃୟାରୀ ୭ରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ଏ ନେଇ ସୂଚନା ଦେଇଛନ୍ତି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ । 

ସଭାପତି ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି ନ ଦେଇ କେନ୍ଦ୍ରର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଓଲଟା ବାଧକ ସାଜୁଛି । ଯାହା ପାଇଁ ରାଜ୍ୟରେ ସମସ୍ତ ବର୍ଗରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ୧୯ ବର୍ଷର ନବୀନ ସରକାର ଦାୟୀ ବୋଲି ସେ କହିଛନ୍ତି । ଗତ ଦୁଇ ଦିନ ତଳେ ଡିଗ୍ରୀ ଫେରାଇବାକୁ ଆସିଥିବା ଯୁବକମାନଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ଘଉଡ଼ାଇବା ଓ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯାହାର ବିରୋଧରେ ଯୁବ ମୋର୍ଚ୍ଚା ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରି ନିଜର ହକ୍‌ ପାଇଁ ଲଢ଼ିବ ବୋଲି ଟଙ୍କଧର କହିଛନ୍ତି । ସେହିପରି ଏନ୍‌ଟିପିସି ସମ୍ପ୍ରସାରଣ ଓ ଉପକୂଳ ରାଜପଥ ନିର୍ମାଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ବାଧକ ସାଜୁଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ଫେବୃୟାରୀ ୪ ତାରିଖରୁ ବିଧାନସଭା ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ଆରମ୍ଭ ହେବ । ଫେବୃୟାରୀ ୭ରେ ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାକୁ କାର୍ଯ୍ୟକ୍ରମ ରହିଛି ।