Home > ଯୁବ
ବେକାରୀ ସମସ୍ୟା ଉତ୍କଟ: ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା, ସାମିଲ ହେବେ ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ ମହାଜନ
Khabar Odisha:politics-youth-odisha-bjp-yuva-morcha-to-ghero-bidhansabha-today
ଭୁବନେଶ୍ୱର, ଫେବୃୟାରୀ ୦୭ (ଖବର ଓଡ଼ିଶା):

ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ଆଜି ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇବ ଯୁବ ମୋର୍ଚ୍ଚା । ଏହାକୁ ଆହୁରି କ୍ରୀୟାଶୀଳ କରିବାକୁ ସାମିଲ ହେବେ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ । ସେଥିପାଇଁ ରାଜଧାନୀରେ ଏକାଠି ହୋଇଛନ୍ତି ହଜାର ହଜାର କର୍ମୀ । 

ରାଜ୍ୟ ସରକାର ନିଯୁକ୍ତି ନ ଦେଇ କେନ୍ଦ୍ରର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଓଲଟା ବାଧକ ସାଜୁଛି । ଯାହା ପାଇଁ ରାଜ୍ୟରେ ସମସ୍ତ ବର୍ଗରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ୧୯ ବର୍ଷର ନବୀନ ସରକାର ଦାୟୀ ବୋଲି ଯୁବ ମୋର୍ଚ୍ଚାର ରାଜ୍ୟ ସଭପତି ଟଙ୍କଧର ତ୍ରିପାଠୀ କହିଛନ୍ତି । ବିଧାନସଭାରେ ବି ସରକାର ଉତ୍ତର ରଖିଛନ୍ତି ଯେ ୨୦୦୯ରୁ ଏବେ ଯାଏଁ ୨୨ ଲକ୍ଷରୁ ଅଧିକ ଯୁବକଯୁବତୀ ଏମ୍ଲୋୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜିକରଣ କରିଥିବା ବେଳେ ମାତ୍ର ୨୨ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି । ତେଣୁ ଏ ସରକାର ନିଯୁକ୍ତି ଦେବା ପରିବର୍ତ୍ତେ ଚାକିରି ଛଡ଼ାଇ ନେଉଛନ୍ତି ବୋଲି ଟଙ୍କଧର କହିଛନ୍ତି । ‘’୧୯ ବର୍ଷର ସରକାର, ଛଡ଼ାଇନେଲା ରୋଜଗାର’’ ମୋର୍ଚ୍ଚା ପ୍ରମୁଖ ନାରା ରହିଛି ।