Home > ଯୁବ
ଯଶସ୍ୱୀ ଜୟଶୱାଲଙ୍କ କୀର୍ତ୍ତି, ୧୭ ବର୍ଷରେ ଦ୍ୱି ଶତକ, ଭାଙ୍ଗିଲେ ବିଶ୍ୱ ରେକର୍ଡ
Khabar Odisha:yashasvi-jaiswal-becomes-youngest-cricketer-to-score-a-list-a-double-century
ମୁମ୍ବାଇ, ଅକ୍ଟୋବର ୧୭ (ଖବର ଓଡ଼ିଶା):

ମାତ୍ର ୧୭ ବର୍ଷ ବୟସରେ ମୁମ୍ବାଇର ଜଣେ ଯୁବ କ୍ରିକ୍ରେଟର୍ ଯଶସ୍ୱୀ ଜୟସୱାଲ ବିଶ୍ୱ ରେକର୍ଡ କରିଛନ୍ତି । ସେ ବେଙ୍ଗାଲୁରୁରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ଝାଡ଼ଖଣ୍ଡ ବିରୋଧରେ ଦ୍ୱିଶତକ କରିଛନ୍ତି । ସେ ଲିଷ୍ଟ-୧ କ୍ରିକେଟ୍‌ରେ ଦ୍ୱିଶତକ କରିବାରେ ସବୁଠାରୁ କନିଷ୍ଠ ଖେଳାଳୀ ଅଟନ୍ତି । ଏହା ସହିତ ତୃତୀୟ କ୍ରିକେଟର୍ ଭାବେ ସେ ବିଜୟ ହଜାରେ ଟ୍ରଫି ଦ୍ୱିଶତକ ହାସଲ କରିଛନ୍ତି ।

ଯଶସ୍ୱୀଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଏଲ୍‌ନ ବୈରୋବ୍ ସବୁଠାରୁ କନିଷ୍ଠ ଖେଳାଳୀଭାବରେ ଏହି ଗୌରବ ଅର୍ଜନ କରିଥିଲେ । ମାତ୍ର ଏହି ଭାରତୀୟ ଖେଳାଳୀ ସେହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ୧୯୭୫ ମସିହାରେ ଏଲ୍‌ନ ୨୦ ବର୍ଷ ବୟସରେ ଦ୍ୱିଶତକ କରିଥିଲେ । ଜୟଶୱାଲ ୯ମ ଭାରତୀୟ ମଧ୍ୟ ଅଟନ୍ତି । ତେବେ କିଛି ଖେଳାଳୀ ଦିନିକିଆରେ ଏହି ରେକର୍ଡ ହାସଲ କରିଛନ୍ତି । ରୋହିତ ଶର୍ମା ୩ଟି ଦ୍ୱିଶତକ କରିଥିବାବେଳେ  ବିରେନ୍ଦ୍ର ସେହୱାବ ଏବଂ ସଚିନ ତେନ୍ଦୁଲକର୍ ଗୋଟିଏ ଲେଖାଏଁ ଦ୍ୱିଶତକ କରିଛନ୍ତି ।

ବିଜୟ ହଜାରେ ଟ୍ରଫିରେ ପୂର୍ବରୁ ଦୁଇ ଜଣ ଦ୍ୱିଶତକ କରି ସାରିଛନ୍ତି । ପୂର୍ବ ସିଜିନ୍‌ରେ ଉତ୍ତରାଖଣ୍ଡର କର୍ଣ୍ଣବୀର କୌଶଲ ସିକିମ୍ ବିରୁଦ୍ଧରେ ୨୦୨ ରନ୍ କରିଛନ୍ତି । ସେହିପରି ଚଳିତ ସିଜିନ୍‌ରେ ସଞ୍ଜୁ ସାମସନ୍ ୨୧୨ ରନ୍ କରି ଇତିହାସ ରଚିଛନ୍ତି । ତେବେ ଜୟଶୱାଲ ୧୭ ବର୍ଷରେ ୨୦୩ ରନ୍ କରିଛନ୍ତି । ଚଳିତ ସିଜିନ୍‌ରେ ସେ ଦୁଇଟି ଶତକ ଓ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି ।